Magsman Diary

ଗପ ଶୁଣିବାକୁ କିଏ ବା ଭଲପାଏନା? ଆଈମା ବୁଢ଼ୀର କାହାଣୀ ହଉ କି ଶହେବର୍ଷ ତଳର ଲେଖକର କାହାଣୀ ହଉ, ଗପର ଶକ୍ତି ଆଗରେ ହାରମାନେ ସବୁ ସାଂସାରିକ ଦୁଃଖ ଆଉ କ୍ଳେଶ I ପୂର୍ବେ ଯେବେ ରାଜାଶାସନ ଥିଲା, ସେବେ କଥାକାର ମାନେ ଥିଲେ, ଯାହାର କୌଳିକବୃତି ଥିଲା ରାଜ୍ୟରାଜ୍ୟ ବୁଲି ଲୋକଙ୍କୁ କାହାଣୀ ଶୁଣାଇବା I କେହିକେହି ତାଙ୍କୁ ଦେଉଥିଲେ ଖାଦ୍ୟ, କେହି ଦେଉଥିଲେ ଟଙ୍କା. ଆଉ କେହିକେହି ଖାଲିହାତରେ ଫେରାଇ ଦେଉଥିଲେ I ସେମାନେ କିନ୍ତୁ କେବେ କିଛି ମାଗୁନଥିଲେ କାରଣ ସେମାନେଥିଲେ ଏକ ସୁନ୍ଦର ମିଥ୍ୟା, ଏକ ଅପୂର୍ବ କଳ୍ପନାର ଜଳଛବି I କେବେ ସେମାନେ କେଉଁ ଯୋଦ୍ଧାର ବୀରଗାଥାକୁ ତ କେବେ କେଉଁ ରାଜାଙ୍କର ଉଦାରତାକୁ ଦେଶ ଦେଶାନ୍ତରୀ କରୁଥିଲେ I ସେମାନେ ନିଜ କାନ୍ଧରେ ଇତିହାସ ଏବଂ ପରମ୍ପରାକୁ ବହନ କରିଥିଲେ କିନ୍ତୁ କେବେ ବଦଳରେ ଖାଲି ଉଛୁକୁ ଶ୍ରୋତା ଛଡା ଆଉ କିଛି ମାଗି ନଥିଲେ I Magsman Diary ସେହି କଥାକାରଙ୍କ ଉଦେଶ୍ୟରେ ମୋର ଏକ ପ୍ରେମପତ୍ର I